ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ନବବଧୂ ରୀମା

କଟକ : ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣରେ ଆହତ ରୀମାରାଣୀ ସାହୁ ଆଜି କଟକ ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ସେ ପାଟଣାଗଡ଼ ଫେରିଯାଇଛନ୍ତି। ବିସ୍ଫୋରଣରେ ଗୁରୁତର ଆହତ ରିମାଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ପୋଡ଼ିଯାଇଥିବା ଅବସ୍ଥାରେ କଟକ ଆସିଥିଲୋ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ କହିଛନ୍ତି।

ତାସହ ଚକ୍ଷୁ ଓ କର୍ଣ୍ଣ-ନାସା-ଗଳା ବିଭାଗରୁ ମଧ୍ୟ ରୀମାଙ୍କୁ କ୍ଲିୟରାନ୍ସ ମିଳିଛି। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ସତ୍ତ୍ୱେ ଏଯାଏଁ ଘଟଣାର ଅଭିଯୁକ୍ତ କିଏ ତାହା ରହସ୍ୟ ଘେରରେ ରହିଛି। ରୀମା ଏହି ଘଟଣା ପାଇଁ କୋରିଅର ସଂସ୍ଥାକୁ ଦାୟୀ କରିଛନ୍ତି। କହିଛନ୍ତି , ସେ ପାର୍ସଲ ନଆଣିଥିଲେ ଏମିତି ଦୁର୍ଘଟଣା ଘଟିନଥାନ୍ତା କି ଆମ ପରିବାର ଛାରଖାର୍ ହୋଇନଥାନ୍ତା।

Comments
Loading...