ବାରାଣସୀ ବ୍ରିଜ ଭୁଶୁଡିବା ଘଟଣା: ୪ ଅଫିସରଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ବାରାଣସୀ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣା ପରେ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ସରକାର। ଏହି ଅଘଟଣ ପାଇଁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଭରବ୍ରିଜର ମୁଖ୍ୟ ପରିଯୋଜନା ପ୍ରବନ୍ଧକଙ୍କ ସମେତ ୪ଜଣଙ୍କୁ ନିଲମ୍ବିତ କରାଯାଇଛି। 

ଗତକାଲି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ୪୮ ଘଣ୍ଟା ମଧ୍ୟରେ ରିପୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏଥିସହିତ ଆଜି ତଦନ୍ତ କମିଟି ମୁଖ୍ୟ ରାଜ ପ୍ରତାପ ସିଂହ ଘଟଣାସ୍ଥଳରେ ପହଞ୍ଛି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାରେ ଗୁରୁତର ୧୧ ଜଣ ଏବେବି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଗତକାଲି ଉତ୍ତରପ୍ରଦେଶର ବାରଣାସୀ କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ଅଞ୍ଚଳରେ ନିର୍ମାଣାଧିନ ବ୍ରିଜ ଭୁଶୁଡି ପଡିଥିଲା। ଭଙ୍ଗା ବ୍ରିଜ ତଳେ ଚାପି  ହୋଇ ରହିଯାଇଥିଲା ଯାତ୍ରୀବାହି ବସ, କାର ଓ ଅନେକ ଗାଡ଼ି। ସ୍ଥାନୀୟ ପୋଲିସ ସହ ଏନଡିଆରଏଫର ୫ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଏଥିରେ ୧୮ଜଣଙ୍କ ମୃତ୍ୟୁ ହୋଇଥିଲା।

Comments
Loading...