ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ଏମ୍ସ ପକ୍ଷରୁ ବୁଲେଟିନ୍‌ ଜାରି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଆଜି ଏକ ହେଲଥ୍‌ ବୁଲେଟିନ୍ ଜାରି କରାଯାଇଛି।

ଚିକିତ୍ସା ପ୍ରକ୍ରିୟାକୁ ତାଙ୍କ ଶରୀର ଗ୍ରହଣ କରୁଛି ଓ ଇଞ୍ଜେକ୍‌ସନ୍‌ ଦ୍ୱାରା ଆଣ୍ଟିବାୟୋଟିକ୍ସ ଦିଆଯାଉଛି। ବାଜପେୟୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡିକର ଅବସ୍ଥା ସ୍ଥିର ରହିଛି। ସଂକ୍ରମଣରୁ ମୁକ୍ତ ହେବା ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହିବେ ବୋଲି ଏମ୍ସ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି।

ବାଜପେୟୀଙ୍କୁ ୟୁରିନ୍‌ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।

ସୂଚନାଥାଉ କି, ଗତକାଲି ବାଜପେୟୀ ରୁଟିନ୍‌ ଚେକ ଅପ୍ ପାଇଁ ଆସିଥିବାବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଏମ୍ସରେ ରଖାଯାଇଥିଲା। ସେପଟେ ବାଜପେୟୀଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ହୋମ ଯଜ୍ଞର ଆୟୋଜନ ହୋଇଛି।

Comments
Loading...