ନୟାଗଡ଼ ଦଶପଲ୍ଲା ବଣିରେ ଅଜଣା ଜ୍ୱରର ଆତଙ୍କ

ନୟାଗଡ଼ : ନୟାଗଡ଼ ଦଶପଲ୍ଲା ବଣିରେ ଅଜଣା ଜ୍ୱରର ଆତଙ୍କ ପରେ ଏକ ଡାକ୍ତରୀ ଟିମ୍ ଗାଁକୁ ଯାଇ ରକ୍ତନମୁନା ସଂଗ୍ରହ କରିଛି। ତାସହ ରୋଗୀଙ୍କୁ ଔଷଧ ବଣ୍ଟନ କରାଯାଇଛି। ଗତ ୧୫ ଦିନ ହେଲା ଏହି ଗାଁର କିଛି ଲୋକଙ୍କୁ ଜ୍ୱର ସହ ଥଣ୍ଡା କାଶ, ଆଣ୍ଠୁଗଣ୍ଠି ଦରଜ ଲାଗିରହିଛି। ରୋଗୀଙ୍କ ଠାରୁ ସଂଗୃହିତ ରକ୍ତ ନମୁନା ମ୍ୟାଲେରିଆ ନେଗେଟିଭ ଥିବା ନେଇ ସୂଚନା ଦେଇଛନ୍ତି ସିଡିଏମ୍‌ଓ।

ଏପଟେ କୁଜମେଣ୍ଢୀ ପଞ୍ଚାୟତରେ ଡାକ୍ତରଖାନା ରହିଛି, ହେଲେ ଡାକ୍ତରଙ୍କ ଅଭାବରୁ ଫାର୍ମାସିଷ୍ଟ ରୋଗୀ ଦେଖୁଥିବା ଅଭିଯୋଗ ହୋଇଛି।

Comments
Loading...