ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଘୁଲୁଘୁଲା ପଦର ଗାଁରେ ଗତକାଲି ତ୍ରିକୋଣୀୟ ପ୍ରେମରୁ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ପ୍ରେମିକ ସୁବ୍ରତ ବାଘକୁ ତାର ନିଜ ଗାଁ ପିପିଲି ପାଲିରୁ ପୋଲିସ ଗିରଫ କରିଛି। ତ୍ରିକୋଣୀୟ ପ୍ରେମରୁ ଗତକାଲି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା।

ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ପ୍ରେମ କରୁଥିବା ବେଳେ ଏଥିରେ ଜଣେ ଯୁବକର ଜୀବନ ଚାଲିଯାଇଥିଲା। ମୃତ ଯୁବକ ଜଣକ ଥିଲେ ଶାନ୍ତନୁ କଅଁର। ତେବେ ସଂପୃକ୍ତ ଘଟଣାରେ ଅଭିଯୁକ୍ତ ଫେରାର ରହିଥିଲେ। ଗାଁର ଜଣେ ଯୁବତୀ ଓ ତାଙ୍କ ପ୍ରେମିକ ମିଶି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

ତେବେ ଯୁବତୀଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରିଥିଲା।

Comments
Loading...