କାଳ ଗୁମ୍ଫାରୁ ମୁକୁଳିଲେ ସମସ୍ତ ଖେଳାଳି

ବ୍ୟାଙ୍କକ୍‌ : ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ୧୨ କିଶୋର ଫୁଟବଲ ଖେଳାଳି  ଏବଂ  କୋଚ୍‌ ଉଦ୍ଧାର। ସମସ୍ତଙ୍କୁ ସଫଳତାର ସହ ଉଦ୍ଧାର କଲେ ଉଦ୍ଧାରକାରୀ  ଟିମ୍‌।

ସୂଚନା ଯେ, ଗତ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍‌ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ଯାଇଥିଲେ। ପରେ ଏମାନଙ୍କୁ ବହୁ ଖୋଜା ଖୋଜି କରି ବ୍ରିଟିଶ ବିଶେଷଜ୍ଞ ଟିମ୍ ଏହି ଗୁମ୍ଫାରୁ ଠାବ କରିବା ପରେ ଉଦ୍ଧାର କରିଛି । ଆଜକୁ ଦୀର୍ଘ ୧୮ ଦିନ ହେଲା ଫସି ରହିଥିଲେ ଏହି ଖେଳାଳି ଓ କୋଚ୍‌ ।

Comments
Loading...