ସମସ୍ତ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ନିର୍ମାଣ ଶ୍ରମିକ ସେବା ସପ୍ତାହ। ଏହି ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ନିର୍ମାଣ ଶ୍ରମିକମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସମାଜ କଲ୍ୟାଣକାରୀ ଯୋଜନାରେ ପାଖାପାଖି ୨୨ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ କରିସାରିଛନ୍ତି।  ତନ୍ମଧ୍ୟରୁ ୧୧ ଲକ୍ଷ ଶ୍ରମିକ ରାଜ୍ୟ ସରକାରଙ୍କ ଏହି ଯୋଜନାଗୁଡ଼ିକର ଲାଭ ଉଠାଉଛନ୍ତି।

ଏଥିସହିତ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଯିବ ଆମର ଲକ୍ଷ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଦାଦନ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ବଲାଙ୍ଗିର ଓ ନୂଆପଡ଼ାରେ ୧୩୪ କୋଟି ଟଙ୍କାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଉଛି ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ।

 

Comments
Loading...