ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ପତ୍ନୀଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର : ସି- ସୋର ଚିଟ୍‌ଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କ ପତ୍ନୀଙ୍କୁ ଆଶ୍ୱସ୍ତି। ପ୍ରଶାନ୍ତଙ୍କ ପତ୍ନୀ ଜ୍ୟୋତିରାଣୀଙ୍କ ଜାମିନକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିସନ ଖାରଜ ହୋଇଛି।

ପୂର୍ବରୁ ଜ୍ୟୋତିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ। ତେବେ କୈଳାଶ ଲେଙ୍କା ନାମକ ଜଣେ ବ୍ୟକ୍ତି ଏହାକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ। ତେବେ ସୁପ୍ରିମକୋର୍ଟ କୈଳାଶଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି।

Comments
Loading...