୧୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସନ୍ନି ଦେଓଲ ଓ ଅମିଷା ପଟେଲ

ମୁମ୍ବାଇ: ୧୨ ବର୍ଷ ପୂର୍ବରୁ ‘ଗଦ୍ଦର-ଏକ୍‌ ପ୍ରେମ୍‌ କଥା’ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ହିଟ୍ ଯୋଡ଼ିଙ୍କୁ ଆଉ ଥରେ ଦେଖିବାକୁ ମିଳିବ। ସନ୍ନି ଦେଓଲଙ୍କ ଆଗାମୀ ସିନେମା ‘ୟମଲା ପଗଲା ଦିୱାନା ୩’ ଆସିବା ଆଗରୁ ଆଉ ଗୋଟେ ଫିଲ୍ମ ଆସିବାକୁ ଯାଉଛି।

‘ଭୟା ଜି ସୁପରହିଟ୍‌’ ଫିଲ୍ମ ରେ ଦୀର୍ଘ ୧୨ ବର୍ଷ ପରେ ପୁଣି ନଜର ଆସିବାକୁ ଯାଉଛନ୍ତି ସନ୍ନି ଦେଓଲ ଓ ଅମିଶା ପଟେଲ। ଏହି ଫିଲ୍ମ ୧୯ ଅକ୍ଟୋବରରେ ରିଲିଜ ହେବ।

ଏହି ଫିଲ୍ମରେ ସନ୍ନି ଓ ଅମିଷାଙ୍କ ସହ ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସେ କେଉଁ ଭୂମିକାରେ ଆସିବେ ତାହା ଏବେ ଯାଏ ଜଣା ପଡ଼ିନି। କିନ୍ତୁ ଦୀର୍ଘ ୧୨ ବର୍ଷ ପରେ ଏହି ହିଟ୍‌ ଯୋଡ଼ି ପୁଣି ପରଦାକୁ ଆସିବା ଦର୍ଶକ ମାନଙ୍କ ପାଇଁ କିଛି ସରପ୍ରାଇସ୍‌ ଠୁ କମ୍‌ ନୁହେଁ। ଏହି ଫିଲ୍ମକୁ ନୀରଜ୍‌ ପାଠକ ନିର୍ଦ୍ଦେଶନା ଦେଉଥିବା ବେଳେ ସନ୍ନିଙ୍କୁ ଏଥିରେ ଡବଲ ରୋଲରେ ଦେଖିବାକୁ ମିଳିବ।

 

Comments
Loading...