ମିଳିଲା ରତ୍ନଭଣ୍ଡାର ଚାବି

ପୁରୀ: ମିଳିଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ। ଜିଲ୍ଲାର ରେକର୍ଡ ରୁମ୍ ଲକର ଥିବା ଏକ ଜଉମୁଦ  ଲଫାପାରୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିଥିବା ସେ କହିଛନ୍ତି। ଏକ ୪ ଜଣିଆ ଟିମ୍ ୫ ଦିନ ହେଲା ଚାବି ଖୋଜୁଥିଲେ। ଶେଷରେ ଚାବି ଖୋଜିବାରେ ସଫଳତା ମିଳିଛି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଥିଲା। ତେବେ ବହୁ ବାଦ ବିବାଦ ପରେ ଆଜି ରତ୍ନଭଣ୍ଡାର ଚାବି ମିଳିଛି ବୋଲି ନିଜେ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comments
Loading...