କାଳବୈଶାଖୀର ତାଣ୍ଡବ : ଭୁଶୁଡ଼ିଲା ସୋନୁ ନିଗମ୍‌ଙ୍କ ପାଇଁ ତିଆରି କୋଟିଏ ଟଙ୍କାର ଷ୍ଟେଜ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଏକ କୋଟି ଟଙ୍କାର ବିଶାଳ ଷ୍ଟେଜ୍‌ ଭାଙ୍ଗିଗଲା। ଉଡାଇ ନେଲା ବଡ ବଡ ହୋଡିଂ। ଭୟରେ ସେହି ସ୍ଥାନ ଛାଡ଼ି ଦୌଡ଼ିଲେ ଲୋକେ। ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ତିଆରି ହୋଇଥିବା ଏହି ମଞ୍ଚ ଝଡ଼ପବନ ଯୋଗୁ ଭୁଶୁଡ଼ିପଡ଼ିଛି। ଯାଜପୁରକୁ ୧୫୦ ବର୍ଷ ପୂରଣ ଅବସରରେ ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ୯ଦିନ ଧରି ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଏହା ଥିଲା ଶେଷଦିନ।

ଏହି ଅବସରରେ ବଲିଉଡ ସିଙ୍ଗର ସୋନୁ ନିଗମଙ୍କ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ପାଖାପାଖି ୮୦ ହଜାର ଦର୍ଶକ ନିରାଶ ହୋଇଛନ୍ତି। ସୂଚନା ଅନୁଯାୟୀ, ୧୮୬୯ରେ ଯାଜପୁର ପୌରପାଳିକା ଗଠନ ହୋଇଥିଲା ଏବଂ ୧୯୯୩ରେ ଯାଜପୁରକୁ ଜିଲ୍ଲା ମାନ୍ୟତା ଦିଆଯାଇଥିଲା। ଏବେ ଯାଜପୁର ପୌରପାଳିକାକୁ ୧୫୦ ବର୍ଷ ଏବଂ ଜିଲା ଗଠନକୁ  ୨୫ ବର୍ଷ ପୂର୍ତ୍ତି ଉତ୍ସଵ ଚାଲିଥିଲା। କାଳବୈଶାଖୀ ଯୋଗୁଁ ବ୍ୟାପକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି।

 

 

Comments
Loading...