ଫ୍ରିଜ୍ ଭିତରୁ ଉଦ୍ଧାର ହେଲା ସାପ

ଭୁବନେଶ୍ୱର  : ଫ୍ରିଜ୍ ଭିତରୁ ଉଦ୍ଧାର ହେଲା ସାପ । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାପ ଉଦ୍ଧାର ହୋଇଛି। ଆଜି ସକାଳେ ଘର ବାହାରେ ବୁଲୁଥିବା ଏକ ସାପ ହଠାତ ଘରକୁ ଆସି ଫ୍ରିଜ୍  ଭିତରେ ପଶି ଯାଇଥିଲା। ପରେ ଘର ଲୋକେ ସ୍ନେକ୍  ହେଲପ ଲାଇନକୁ ଖବର ଦେଇଥିଲେ।

ସ୍ନେକ୍  ହେଲପଲାଇନ୍  ସଦସ୍ୟ ଆସି ସାପଟିକୁ ଫ୍ରିଜ ଭିତରୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ପ୍ରାୟ ୪ ଫୁଟରୁ ଅଧିକ ହେବ। ଉଦ୍ଧାର ପରେ ସାପଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Comments
Loading...