ଏମାର ମଠ ମହନ୍ତଙ୍କ ଟ୍ରଷ୍ଟି ପଦ ରଦ୍ଦ

ପୁରୀ  : ବହୁ ଚର୍ଚ୍ଚିତ ପୁରୀ ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ଟ୍ରଷ୍ଟି ପଦ ରଦ୍ଦ ହୋଇଛି। ନିଜ ଆଡୁ ରୁଜୁ ହୋଇଥିବା ମାମଲାର ବିଚାର କରି ଦେବୋତ୍ତର କମିଶନର ଏହି ଆଦେଶ ଦେଇଛନ୍ତି। ଆଜୀବନ ରାଜଗୋପାଳ ରାମାନୁଜ ତାଙ୍କ ପଦରେ ରହି ପାରିବେ ନାହିଁ ଓ ଆଦେଶର ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ଏମିତିକି କମିଶନର ତାଙ୍କ ରାଜ୍ୟକୁ ରାଜ୍ୟ ସରକାରଙ୍କ ଅନୁମତି ପାଇଁ ପଠାଇଛନ୍ତି ୭ଜଣ ସାକ୍ଷୀ ଓ କମିଶନ କରିଥିବା ଯାଞ୍ଚକୁ ଆଧାର କରି ଏହି ଆଦେଶ ଦେଇଛନ୍ତି। ୨୦୧୧ ମସିହାରେ ପୁରୀ ଏମାର ମଠରୁ ୫୨୨ ଖଣ୍ଡ ରୂପା ଇଟା ଜବତ ହୋଇଥିଲା। ଏଏସ୍ଆଇ ପକ୍ଷରୁ ମଠ ମରାମତି ଚାଲିଥିବାବେଳେ ଏକଥା ପଦାକୁ ଆସିଥିଲା। ଜଣେ ଶ୍ରମିକ ରୂପା ଇଟା ଚୋରି କରି ବିକ୍ରି ପାଇଁ ଢେଙ୍କାନାଳରେ ଉଦ୍ୟମ କରୁଥିବାବେଳେ କଥା ପଦାକୁ ଆସିଥିଲା। ପରେ ପୋଲିସ ଖୋଳତାଡ଼ କରି ମଠରୁ ୫୨୨ ଖଣ୍ଡ ବ୍ରିଟିଶ ଅମଳର ରୂପା ଇଟା ଜବତ କରିଥିଲା।

ମଠର ସମ୍ପତ୍ତି ଓ ତଥ୍ୟ ଲୁଚାଇ ଥିବାରୁ ମହନ୍ତଙ୍କୁ ନୋଟିସ୍ କରାଯାଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲ।

Comments
Loading...