ପ୍ରସିଦ୍ଧ ଶିରିଡ଼ି ସାଇ ମନ୍ଦିରରେ ଫାଟ: ମରାମତି ଦାୟିତ୍ୱରେ ଓଡ଼ିଆ ଇଞ୍ଜିନିୟର

ମୁମ୍ବାଇ/ଭୁବନେଶ୍ୱର: ଆସ୍ଥା ଆଉ ବିଶ୍ୱାସର ଡୋର ଶିରିଡିକୁ ଟାଣି ଆଣେ ଶ୍ରଦ୍ଧାଳୁଙ୍କୁ।ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାଇବାବାଙ୍କ ଥରୁଟିଏ ଦର୍ଶନ ପାଇଁ କାହିଁ କେତେ ବାଟରୁ ଚାଲି ଆସନ୍ତି।ଶହେ ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇ ଆସୁଛି ବାବାଙ୍କ ପୂଜାର୍ଚ୍ଚନା। ହେଲେ ଏହି ପୁରାତନ ମନ୍ଦିରର କିଛି ଅଂଶରେ ଏବେ ଦେଖାଦେଇଛି ଫାଟ।

ଯାହାର ମରାମତି ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଇଞ୍ଜିନିୟର। ମନ୍ଦିରର ବିଭିନ୍ନ ଫାଟ ସ୍ଥାନକୁ ନିରୂପଣ କରି ଏହାର ମରାମତି ପାଇଁ ଲାଗି ପଡ଼ିଛନ୍ତି ବ୍ରହ୍ମପୁରର ନିବାସୀ ସୁରେଶ ସାହୁଙ୍କ ଟିମ୍।

ମନ୍ଦିରର କୋଣ ଅନୁକୋଣ ଯାଞ୍ଚ କରି ଏହାର ମରାମତି ପାଇଁ ଲାଗି ପଡ଼ିଛନ୍ତି ସୁରେଶଙ୍କ ବୈଷୟିକ ଟିମ୍। ମନ୍ଦିରର ଛାତ, ସାଇ ବାବାଙ୍କ ଆସ୍ଥାନ ସମେତ ବିଭିନ୍ନ କାନ୍ଥକୁ ତର୍ଜମା କରୁଛି ଟିମ୍।

ସୁରେଶ ନିଜେ ଜଣେ ସାଇ ଭକ୍ତ।ତେଣୁ ମନ୍ଦିର ମରାମତି କାମରେ ନିଯୁକ୍ତ ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି। ବ୍ରହ୍ମପୁରର ନିବାସୀ ସୁରେଶ ଗତ ୧୨ ବର୍ଷରୁ ମୁମ୍ବାଇରେ ରହି ଆସୁଛନ୍ତି।

Comments
Loading...