ଆରମ୍ଭ ହେଲା ରଥକାଠ ଚିରଟ ପ୍ରକ୍ରିୟା

କଟକ: ଶ୍ରୀରାମ ନବମୀ ଅବସରରେ ଆଜିଠୁ ପୁରୀ ରଥଯାତ୍ରା ପାଇଁ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀରୁ ଆଜ୍ଞାମାଳ ଆସିବା ପରେ କଟକ ସ୍ଥିତ ଖପୁରିଆ ସରକାରୀ ସଅ ମିଲ୍‌ରେ ରଥକାଠ ଚିରିବା କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ଚିରଟ ଅରମ୍ଭ ହୋଇଥିଲା। ଏହି ଅବସରରରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ, ରଥ ଅମିନ, କାରିଗର ଓ ବନଖଣ୍ଡ ଅଧିକାରୀ ଉପସ୍ଥିତ ଥିଲେ।

ପାରମ୍ପାରିକ କ୍ରମେ ପବିତ୍ର ରାମନବମୀ ଆବସରରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏଥିପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ହିଁ ରଥକାଠ ଚିରାଯାଇଥାଏ।

Comments
Loading...