ବାଙ୍କୀ ହସ୍ପିଟାଲ: ସବୁ ବିଭାଗରେ ତାଲା, ମୂଲ୍ୟବାନ ସରଞ୍ଜାମରେ ଅଳନ୍ଧୁ ଲାଗିଲାଣି

ବାଙ୍କୀ: ଗାଁ ଗାଁରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏହାର ସଫଳ ରୂପାୟନ ହୋଇପାରୁନି। ଅନେକ ସ୍ଥାନରେ ଉଚ୍ଚକୋଟୀର ଡାକ୍ତରଖାନା ନିର୍ମାଣ ହୋଇଛି। ଅନ୍ୟପକ୍ଷରେ ଡାକ୍ତର ଅଭାବ ଯୋଗୁଁ ଖତ ଖାଉଛି ବିଭିନ୍ନ ସରଞ୍ଜାମ। ସେହିପରି ଜରୁରୀକାଳୀନ ଓ୍ୱାର୍ଡରେ ବି ଖାଲି ପଡ଼ୁଛି ଡାକ୍ତରଙ୍କ ସିଟ୍।vlcsnap-error481

ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍କୀ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ। ଯେଉଁ ବିଭାଗକୁ ଦେଖିବେ ସେଠି ତାଲା ଝୁଲୁଛି। ୩୦ଟି ପଞ୍ଚାୟତର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଅଲଟ୍ରା ସାଉଣ୍ଡ, ଆନାସ୍ଥେସିଆ, ମେଡିସିନ ଓ ଶିଶୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନାହାଁନ୍ତି। ପାଥୋଲୋଜିଷ୍ଟଙ୍କ ବଦଳରେ ତାଙ୍କ କାମ ଚଳାଉଛନ୍ତି ଲ୍ୟାବ୍ ଟେକ୍ନିସିଆନ୍। ଗୋଟିଏ ପଟେ ଡାକ୍ତରଙ୍କ ଦେଖା ନପାଇ ରୋଗୀ ନିରାଶ ହୋଇ ଫେରୁଥିବା ବେଳେ ଅନ୍ୟପଟେ ମୂଲ୍ୟବାନ ସରଞ୍ଜାମରେ ଅଳନ୍ଧୁ ଜମିବା ସହ ଡାକ୍ତରୀ ଉପକରଣରେ କଳଙ୍କି ଲାଗିଲାଣି।vlcsnap-error060

୯୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ଥିବା ବେଡ୍‌ର ଅବସ୍ଥା ବି ଶୋଚନୀୟ। ୨ ବର୍ଷ ତଳେ ଲୋକାର୍ପଣ ହୋଇଥିବା ରକ୍ତ ଭଣ୍ଡାରରେ ତାଲା ଝୁଲୁଛି। ବିଡମ୍ବନାର ବିଷୟ, ଏଠାକୁ ଯେଉଁ ଡାକ୍ତର ଆସୁଛନ୍ତି ସେମାନଙ୍କୁ ଡେପୁଟେସନରେ ପଠାଇ ଦିଆଯାଉଛି। ସେପଟେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି କହି ନିଜ କର୍ତ୍ତବ୍ୟ ସାରି ଦେଇଛନ୍ତି ଉପଖଣ୍ଡ ଚିକିତ୍ସାଧିକାରୀ।

ନାହିଁ ନାହିଁରେ ଚାଲିଥିବା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଅବସ୍ଥା କେବେ ସୁଧୁରୁଛି, ତା ଉପରେ ନଜର।

Comments
Loading...