ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ପେଟ୍ରୋଲିୟମ୍‌ ମନ୍ତ୍ରୀ

ପୁରୀ: ବିଶ୍ୱ ଐତିହ୍ୟସ୍ଥଳ ପାଇଁ ବିଶ୍ୱମାନର ସୁବିଧା ଯୋଗାଇବାର ଲକ୍ଷ୍ୟ ନେଇ କୋଣାର୍କରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଇଣ୍ଡିଆନ୍ ଅଏଲ୍ ଦ୍ୱାରା ୪୫ କୋଟି ଟଙ୍କାର ବ୍ୟୟ ବରାଦରେ ଏହି ସବୁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଯୋଜନାରେ ୬୦ଟି ବସ୍ ରହିବା ପାଇଁ ବସ୍‌ଷ୍ଟାଣ୍ଡ ତିଆରି କରାଯାଇଛିା ସେହିପରି ୧୧୦ଟି କାର୍ ପାଇଁ ପାର୍କିଂ ବ୍ୟବସ୍ଥା ଓ ଦୁଇ ଓ ତିନି ଚକିଆ ଯାନ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ଖାଲି ସେତିକି ନୁହେଁ ଗାଡିଗୁଡ଼ିକର ମୁଖ୍ୟ ପ୍ରବେଶ ପଥ ତିଆରି କରିବା ସହିତ ଇଣ୍ଟରନେଟ ବ୍ୟବସ୍ଥା ମଧ୍ୟ ରହିଛି।

ସେହିପରି କୋଣାର୍କରେ ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏଥିରେ ଅଡିଓ ଭିଜୁଆଲ୍ ଶୋ’ର ବ୍ୟବସ୍ଥା, ପର୍ଯ୍ୟଟନ କାର୍ଯ୍ୟାଳୟ, ଆର୍ଟ ଗ୍ୟାଲେରି, ଭିଆଇପି ରୁମ୍, ଟଏଲେଟ୍ କମ୍ପ୍ଲେକ୍ସ ଆଦି ବିଭିନ୍ନ ବ୍ୟବସ୍ଥା ରହିଛି। ଏଥିସହ ପ୍ରାଚୀ ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମିରେ ନୂତନ ଓଡ଼ିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Comments
Loading...