ଓଟିଭିର ପ୍ରଭାବ : ଡ୍ରଗସ୍ ସେବନ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଓଟିଭି ପ୍ରଭାବ। ଖୋର୍ଦ୍ଧା ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ରାଉନସୁଗର ସେବନ ଓ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦ୍ୱାରା ମାଫିଆଙ୍କ ସହିତ ମୂଲଚାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବିଭାଗୀୟ କନ୍‌ଷ୍ଟେବଲ ବିଶ୍ୱମ୍ଭର ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି।

ଭୁବନେଶ୍ୱର ଏଡିଏମ୍ ମାନସ ରଂଜନ ସାମଲ ଓ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଖୋର୍ଦ୍ଧାର ଅବକାରୀ କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ଅବକାରୀ ଅଫିସରେ ଡ୍ରଗ୍ସ ସେବନର ଖବର ଓଟିଭିରେ ପ୍ରସାରଣ ହେବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଆଉ କିଏ କିଏ ସଂପୃକ୍ତ ଓ ରାତିରେ ଅବକାରୀ କାର୍ଯ୍ୟାଳୟକୁ ବିଶ୍ୱମ୍ଭର କେଉଁଭଳି ବ୍ୟବହାର କରୁଥିଲେ, ତାର ମଧ୍ୟ ତଦନ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments
Loading...