ତୈଳ ଦର ବୃଦ୍ଧି ପ୍ରତିବାଦ: ପୋଷ୍ଟର ଚିରି ୬ ଯୁବ କଂଗ୍ରେସ କର୍ମୀ ଅଟକ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ହଟାଅ ଅଭିଯାନ ଆରମ୍ଭ କରିଛି ଯୁବ କଂଗ୍ରେସ। ଭୁବନେଶ୍ୱର ଡେଲ୍‌ଟା ଛକ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ କଂଗ୍ରେସ କର୍ମୀମାନେ ଚିରି ଦେଇଛନ୍ତି। ତୈଳ ଦର ନ କମିବା ପର୍ଯ୍ୟନ୍ତ ପୋଷ୍ଟର ହଟାଇବା ସହ ଟାଙ୍କି ମାଲିକଙ୍କୁ ମୋଦିଙ୍କ ପୋଷ୍ଟର ନ ଲଗାଇବାକୁ ଅନୁରୋଧ କରାଯାଇଛି। ଏହି ଘଟଣାରେ ପୋଲିସ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ସମେତ ୬ ଜଣଙ୍କୁ ଅଟକ ରଖିଛି।

ତୈଳ ଦର ନ କମିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ଲୋକନାଥ କହିଛନ୍ତି। ସେପଟେ ମୋଦିଙ୍କ ଫଟୋ ଚିରା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ନବୀନ ଆଶାବାଡ଼ି ଭଳି କଂଗ୍ରେସକୁ ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ସମୀକରଣ ସ୍ପଷ୍ଟ ହେବାକୁ ଯାଉଛି। ତେବେ ତୈଳ ଦର ହ୍ରାସ ପାଇଁ ଜିଏସ୍‌ଟି କାଉନ୍‌ସିଲ୍ ମିଟିଂରେ ନବୀନ ଏହି ପ୍ରସଙ୍ଗ ଉଠାଉ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। କିନ୍ତୁ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ବିଜେଡି ମୁଖ୍ୟପାତ୍ର ଅମର ଶତପଥୀ।

Comments
Loading...