ଶାବଳରେ ପିଟି ପିଟି ଯୁବକଙ୍କୁ ହତ୍ୟା

ବୌଦ୍ଧ  : ତ୍ରିକୋଣୀୟ ପ୍ରେମର ପରିଣତି। ବୌଦ୍ଧ ମନମୁଣ୍ଡା ଥାନା ଘୁଲୁଘୁଲାପଦର ଗାଁରେ ଯୁବକଙ୍କୁ ଶାବଳରେ ପିଟି ପିଟି ହତ୍ୟା। ମୃତକ ଯୁବକ ସେହି ଗାଁର ଶାନ୍ତୁନୁ କଅଁର। ଆଜି ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବିଲରୁ ଶାନ୍ତୁନୁଙ୍କ ମୃତଦେହ ଦେଖିବାକୁ ମିଳିଥିଲା।

ଜଣେ ଯୁବତୀଙ୍କୁ ୨ଜଣ ପ୍ରେମ କରୁଥିବା ଓ ତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଗାଁ ଲୋକଙ୍କଠାରୁ ସୁଚନା ମିଳୁଛି। ହତ୍ୟାକାଣ୍ଡ ସ୍ଥଳରୁ ଏକ ଭ୍ୟାନିଟି ବ୍ୟାଗ୍ ଜବତ କରାଯାଇଛି। ଜଣେ ଯୁବତୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Comments
Loading...