ଓଡ଼ିଶାରେ ୧୦୦ ମିଲିୟନ ଟନ୍‌ ଇସ୍ପାତ ଉତ୍ପାଦନ କରିବା ଲକ୍ଷ୍ୟ : କେନ୍ଦ୍ର ଇସ୍ପାତ ମନ୍ତ୍ରୀ  ବିରେନ୍ଦ୍ର ସିଂ

ଭୁବନେଶ୍ୱର : ୨୦୩୦ ସୁଦ୍ଧା ଓଡ଼ିଶାରେ ୧୦୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରିବା ଲକ୍ଷ୍ୟ ରହିଛି। ଏଥି ସହିତ ଓଡ଼ିଶାର କଳିଙ୍ଗ ନଗର ହେବ ଷ୍ଟିଲ ହବ୍। ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା ପରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ  ବିରେନ୍ଦ୍ର ସିଂ ଏହା କହିଛନ୍ତି।

୨୦୩୦ ସୁଦ୍ଧା ସାରା ଦେଶରେ ୩୦୦ ମିଲିୟନ ଟନ ଇସ୍ପାତ ପ୍ରଡକ୍ସନ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରେ ଓଡ଼ିଶାରୁ ଶହେ ମିଲିୟନ ଟନ ଇସ୍ପାତ ପ୍ରଡକସନ କରାଯିବାକୁ ଟାର୍ଗେଟ ରହିଛି। ୨୦୨୦ ସୁଦ୍ଧା ଓଡ଼ିଶାର ୬ଟି ଖଣି ଅବଧି ସରିଯାଉଛି। ସେ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ବିଜୁ ପଟ୍ଟନାୟକ ଷ୍ଟିଲ ପ୍ରତିଷ୍ଠାନକୁ  ଆଇଆଇଟି ଭଳି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନର ମାନ୍ୟତା ଦେବା ପାଇଁ  ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଠାରେ ପ୍ରସ୍ତାବ ରଖିଥିଲେ।

Comments
Loading...