ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଓଡ଼ିଶା ମାନଦଣ୍ଡ ପୂରଣ କରୁନାହିଁ : ମନ୍ତ୍ରୀ ଉଷା ଦେବୀ

ଭୁବନେଶ୍ୱର : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଓଡ଼ିଶା ଦୁଇଟି ମାନଦଣ୍ଡ ପୂରଣ କରୁନାହିଁ। ବିଧାନସଭାରେ ଏହା ମାନିଛନ୍ତି ସରକାର। ଆଜି ବିଧାନସଭାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ନେଇ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ପ୍ରଶ୍ନ କରିଥିଲେ।

ଉତ୍ତରରେ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ୫ଟି ମାନଦଣ୍ଡ ଅଛି। ସେଥିମଧ୍ୟରୁ ପଡ଼ୋଶୀ ଦେଶମାନଙ୍କର ସୀମାନ୍ତରେ ଥିବା ନୀତିଗତ ସ୍ଥାନ ଓ ରାଜ୍ୟ ଅର୍ଥ ବ୍ୟବସ୍ଥାରେ ଅଚଳାବସ୍ଥା। ଏହି ୨ଟି ମାନଦଣ୍ଡ ଓଡ଼ିଶା ପୂରଣ କରୁ ନଥିବା କହିଛନ୍ତି ମନ୍ତ୍ରୀ ଉଷା ଦେବୀ।

ସେପଟେ ବିରୋଧୀ କଂଗ୍ରେସ କହିଛି, ସରକାର ସବୁ ଜାଣିଶୁଣି ଡ୍ରାମା କରୁଛନ୍ତି।

Comments
Loading...