ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାର ନା

ଭୁବନେଶ୍ୱର: ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାର ନା।  ପୂର୍ବରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ଗ୍ରହଣ କରିବନାହିଁ।

କାରଣ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ୭୦ଲକ୍ଷ ପରିବାରକୁ ସାମିଲ ପାଇଁ ଦାବି କରିଥିବା ବେଳେ, ୬୧ଲକ୍ଷ ପରିବାରକୁ ସାମିଲ ପାଇଁ କେନ୍ଦ୍ର କହିଥିଲା। ଫଳରେ ଏହି ଯୋଜନାରୁ ଓଡ଼ିଶାର ୯ ଲକ୍ଷ ଲୋକ ପରିବାର ବଞ୍ଚିତ ହୋଇଥାନ୍ତେ। ସମସ୍ତଙ୍କୁ ସାମିଲ ପାଇଁ ସେମାନେ ମନା କରିବାରୁ ଆମେ ଓହରିଲୁ ବୋଲି ପ୍ରତାପ ଜେନା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ଠାରୁ ଆମେ ଭଲ ଯୋଜନା କରିଛୁ। କାରଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାର ୭୦ଲକ୍ଷ ପରିବାର ସାମିଲ ହୋଇପାରୁଛନ୍ତି।

Comments
Loading...