ବିଧାନସଭାରେ ଆଜି ବି ଲୋକାୟୁକ୍ତ ତାତି

ଭୁବନେଶ୍ୱର : ରାଜ୍ୟରେ ଲୋକାୟୁକ୍ତ ଗଠନକୁ ନେଇ ଆଜି ବି ବିଧାନସଭାରେ ଲାଗି ରହିଥିଲା ଅଚଳାବସ୍ଥା। ପ୍ରଶ୍ନକାଳ ଆରମ୍ଭରେ ବିରୋଧୀଦଳ ନେତାଙ୍କ ସହ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଥିଲେ।  ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବିରେ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ।

ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିପାରିନଥିଲା। ରାଜ୍ୟରେ ଲୋକାୟୁକ୍ତଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଥିଲେ ବି ଏହାର ଉତ୍ତର ମିଳୁନଥିବାରୁ କ୍ଷୁବ୍ଧ ହୋଇଥିଲେ ବିରୋଧୀଦଳ ନେତା। ଲୋକାୟୁକ୍ତ ଗଠନ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ।

ଅପରାହ୍ନ ଅଧିବେଶନରେ ବି ବିରୋଧୀ ମୁଖ୍ୟମନ୍ତ୍ରୀ ଉତ୍ତର ଦାବିରେ ଅଡି ବସିବାରୁ ଗୃହ ସ୍ୱାଭାବିକ ହୋଇପାରି ନଥିଲା। ଅପରାହ୍ନରେ ପ୍ରଥମେ ଗୋଟିଏ ଘଣ୍ଟା ଓ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି।

ଏପଟେ ଗୃହ ବାହାରେ ବିଜେଡି କହିଛି ଆନ୍ନା ହଜାରେଙ୍କ ଆନ୍ଦୋଳନକୁ ଦେଖି ବିରୋଧୀଙ୍କ ଲୋକାୟୁକ୍ତ କଥା ମନେପଡିଛି।

Comments
Loading...