ପ୍ରିନ୍ସ ଆଣ୍ଡ୍‌ ପ୍ରିନ୍ସେସ୍‌ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଆ ଝିଅ

ଭୁବନେଶ୍ୱର: ଆସନ୍ତା ଜୁଲାଇରେ ହେବାକୁ ଯାଉଛି ପ୍ରିନ୍ସ ଆଣ୍ଡ୍‌ ପ୍ରିନ୍ସେସ୍‌ ଇଣ୍ଟରନ୍ୟାସନାଲ ୨୦୧୮ ପ୍ରତିଯୋଗିତା। ଏଥିରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଝିଅ ଲାବଣ୍ୟ ଦାସ।

ଓଡ଼ିଆ ସଂସ୍କୃତି, ପରମ୍ପରା ଓ ବେଶଭୂଷା ସାଙ୍ଗରେ ନିଜକୁ ବିୟୁଟି ପିଜାଣ୍ଟ ଭାବେ କ୍ୟାରିୟର କରିବାକୁ ନେଇ ଆଖିରେ ଆଖିଏ ସ୍ୱପ୍ନ।  ଦେଶ ବିଦେଶରେ ଯେଉଁଠି ଫ୍ୟାଶନ ଶୋ ପ୍ରତିଯୋଗିତାରେ ଭାଗ ନିଅନ୍ତି, ସେଠାରେ ସେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉପସ୍ଥାପନ କରି ସାଉଁଟିଥାନ୍ତି ଅନେକ ପ୍ରଶଂସା।

ଗତବର୍ଷ କେରଳରେ ଶେଷ ହୋଇଥିବା ପ୍ରି-ଟିନ୍ ଜୁନିୟର ମଡ଼େଲ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ୨୨ଟି ଦେଶର ୬୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ କ୍ରାଉନ ହାସଲ କରିଥିଲେ ଲାବଣ୍ୟ।

ଚଳିତ ବର୍ଷ ଜୁଲାଇରେ ଥାଇଲ୍ୟାଣ୍ଡରେ ହେବାକୁ ଥିବା ପ୍ରିନ୍ସ ଆଣ୍ଡ୍‌ ପ୍ରିନ୍ସେସ୍‌ ଇଣ୍ଟରନ୍ୟାସନାଲ ୨୦୧୮ ଫିନାଲେରେ  ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଲାବଣ୍ୟ। ପ୍ରତିଯୋଗିତାରେ ୨୦ଟି ଦେଶର ୭୦ଜଣ ପ୍ରତିଯୋଗୀ ଭାଗନେବେ। ଏଥିପାଇଁ ସେ ନିଜକୁ ଜୋରଦାର ପ୍ରସ୍ତୁତ କରୁଛନ୍ତି।

ଖାଲି ଫ୍ୟାଶନ ଶୋ ନୁହେଁ, ଲାବଣ୍ୟ ପାଠ,ସଙ୍ଗୀତ, ଚିତ୍ରାଙ୍କନ, ଡିବେଟ୍‌ ଭଳି ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି ।

Comments
Loading...