ରିଲିଜ୍‌ ହେଲା ଓଡ଼ିଆ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍

ଭୁବନେଶ୍ୱର: ରଜ ବଜାରରେ କମାଲ କରିବା ପାଇଁ ସିଲଭର ସ୍କ୍ରିନକୁ ଆସିଛି ନୂଆ ଓଲିଉଡ୍ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍। ବାବୁସାନ୍ ଓ ଦିବ୍ୟାଙ୍କ ନୂଆ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ମୁକ୍ତିଲାଭ କରିଛି ଏହି ରୋମାଣ୍ଟିକ୍ ମ୍ୟୁଜିକାଲ ଫିଲ୍ମ। ଏଥିରେ ବାବୁସାନଙ୍କ ସହ ଡେବ୍ୟୁ କରିଛନ୍ତି ଚୁଲବୁଲି ଦିବ୍ୟା। ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରହିଛି ଜବରଦସ୍ତ ଷ୍ଟୋରୀ ଲାଇନ। ଫିଲ୍ମରେ ବାବୁସାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ସେହିଭଳି ବବି ମିଶ୍ର ଓ କେକେଙ୍କୁ ଖଳନାୟକ ଭୂମିକାରେ ଦେଖିବେ ଦର୍ଶକ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର। ରିଲିଜ୍ ପୂର୍ବରୁ ଫିଲ୍ମର ସମସ୍ତ ଗୀତ ହିଟ୍ ସାବ୍ୟସ୍ତ ହୋଇଛି। ନୂଆ ସାୟରୀ, ଜିଏସଟି ପ୍ରେମ, ପ୍ୟାରବାଲା ହିଚକି ଏବଂ ସୁନ୍ଦରଗଡ଼ ସଲମାନ ଖାନ୍ ଟାଇଟଲ ଗୀତ ଦର୍ଶକଙ୍କ ମନକୁ ଛୁଇଁ ପାରିଛି।

 

Comments
Loading...