ପ୍ରକାଶ ପାଇଲା ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା: ଟପ୍‌ ୧୦୦ରେ ଓଡ଼ିଶାର ୪

ନୂଆଦିଲ୍ଲୀ: କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା NIRF ବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମ୍ୱାର୍କ ‌ଆଜି ପ୍ରକାଶ ପାଇଛି। ଏଥିରେ ବିଶ୍ୱ ବିଦ୍ୟାଳୟ, କଲେଜ୍, ଇଞ୍ଜିନିୟରିଂ, ମ୍ୟାନେଜ୍‌ମେଣ୍ଟ, ମେଡିକାଲ, ଆର୍କିଟେକ୍ଚର, ଫାର୍ମାସୀ, ଲ ଏବଂ ସାମଗ୍ରିକ ବା ଓଭର-ଅଲ୍, ଏମିତି ୯ଟି ବର୍ଗରେ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀର ମିରଣ୍ଡା ହାଉସ୍ ଶ୍ରେଷ୍ଠ କଲେଜ୍ ବିବେଚିତ ହୋଇଛନ୍ତି।

ଓଭର-ଅଲ୍ ରେଟିଂରେ IIT ମାଡ୍ରାସ୍ ଏକ ନମ୍ବର ସ୍ଥାନରେ ରହିଛି। ସେହିପରି IISC(ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍ସ) ବେଙ୍ଗଲୁରୁ ଦ୍ୱିତୀୟ ସ୍ଥାନରେ, ଓ IIT ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି। JNU ରାଙ୍କିଙ୍ଗ୍ ଷଷ୍ଠ  ଓ BHU(ବନାରଶ ହିନ୍ଦୁ ୟୁନିଭର୍ସିଟି) ନବମ ସ୍ଥାନ ହାସଲ କରିଛି।

ମ୍ୟାନେଜ୍‌ମେଣ୍ଟ ଶିକ୍ଷା ଲାଗି ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ତାଲିକାରେ IIMA (ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଅହମଦାବାଦ) ଶିର୍ଷ ସ୍ଥାନ ବଜାୟ ରଖିଛି। IIM ବେଙ୍ଗଲୁରୁ ଦ୍ୱିତୀୟ ଓ IIM କୋଲକାତା ତୃତୀୟ ସ୍ଥାନରେ ରହିଛି।

ସେହିପରି ମେଡିକାଲ ସାଇନ୍ସ କ୍ଷେତ୍ରରେ ଦିଲ୍ଲୀ ଏମ୍‌ସ ଦେଶର ଏକ ନମ୍ବର ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ହାସଲ କରିଛି। ସେହିପରି ଟପ୍‌ ୧୦୦ ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟ। ଓଭର ଅଲ୍ ରାଙ୍କିଙ୍ଗରେ ୩୮ତମ ସ୍ଥାନରେ ଓଡ଼ିଶାର SOA ରହିଛି ବିଶ୍ୱବିଦ୍ୟାଳୟ । NIT ରାଉରକେଲା ୪୨ତମ ସ୍ଥାନରେ ରହିଥିବା ବେଳେ IIT ଭୁବନେଶ୍ୱର ୫୧, କିଟ୍ ୬୫, OUAT ୧୩୭ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ୧୪୭ ନମ୍ବର ସ୍ଥାନରେ ରହିଛନ୍ତି।

Comments
Loading...