ନୀଳଗିରି ଦୁଷ୍କର୍ମ ମାମଲାରେ ରାଜନୀତି ତୀବ୍ର

ଭୁବନେଶ୍ୱର : ନୀଳଗିରି ଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଦୁଷ୍କର୍ମରେ ନୀଳଗିରି ବିଧାୟକଙ୍କ ସଂପର୍କୀୟଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ଫଳରେ ସରକାର କୌଣସି ପଦକ୍ଷେପ ନେଉ ନଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ରେମୁଣା ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। କହିଛନ୍ତି, କୌଣସି ରାଜନୈତିକ ଚାପ କେହି ପକାଉନାହାନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବିଧାୟକ କହିଛନ୍ତି।

Comments
Loading...