ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ଭଦ୍ରକରୁ ଗିରଫ

ବାଲେଶ୍ୱର : ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ନିତ୍ୟଚନ୍ଦନ ଜେନା ଗିରଫ। ନିତ୍ୟଚନ୍ଦନକୁ ଭଦ୍ରକରୁ ଗିରଫ କରିଛି ନୀଳଗିରି ପୋଲିସ୍। ଗତକାଲି ୪ ବର୍ଷର କୋମଳମତି ଶିଶୁକୁ ନିତ୍ୟଚନ୍ଦନ ଚକୋଲେଟ ଦେବାକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଥିବା ବେଳେ ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି।

ଅନ୍ୟପକ୍ଷରେ ଆଜି ବିଧାନସଭାରେ ନୀଳଗିରି ତାତି ଦେଖିବାକୁ ମିଳିଥିଲା। କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ମାତ୍ର ବାଚସ୍ପତି ଆଲୋଚନା ପାଇଁ ରାଜି ନହେବାରୁ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରିଥିଲେ। ଯାହାଫଳରେ ବାରମ୍ବାର ଗୃହକୁ ମୁତଲବୀ ରଖିଥିଲେ ବାଚସ୍ପତି।

ଘଟଣାରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂପର୍କୀୟଙ୍କ ସଂପୃକ୍ତ ଅଛି ବୋଲି ଅଭିଯୋଗ କରିଥିଲେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ତେବେ ନୀଳଗିରି ବିଧାୟକ ଏହାକୁ ଖଣ୍ଡନ କରିବା ସହ ଯିଏ ଦୋଷୀ, ଦଣ୍ଡ ପାଇବ ବୋଲି କହିଥିଲେ।

Comments
Loading...