ସୁଖୋଶୋଡ଼ାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା : ଆଜିଠୁ ଆରମ୍ଭ ହେଉଛି ବିଜେଡିର ମହାନଦୀ ମହାସଂଗ୍ରାମ ଅଭିଯାନ। ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆନ୍ଦୋଳନ ଆରମ୍ଭ କରିଛି ବିଜୁ ଜନତା ଦଳ। ମହାନଦୀର ଓଡ଼ିଶା ପ୍ରବେଶ ପଥ ଝାରସୁଗୁଡ଼ାର ସୁଖାଶୋଡ଼ାରେ ଏଥିପାଇଁ ବିଶାଳ ଆୟୋଜନ କରିଛି ଦଳ। ସୁଖାଶୋଡ଼ାରେ ମହାନଦୀ ସୁରକ୍ଷା ଯାତ୍ରା ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।  ବର୍ତ୍ତମାନ ଏଠାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଟିମ୍ ଆସନ୍ତାକାଲି ସମ୍ବଲପୁର, ପରେ ସୁବର୍ଣ୍ଣପୁର, ବୌଦ୍ଧ ଓ କଟକ ଦେଇ ଶେଷରେ ପାରାଦୀପରେ ପହଞ୍ଚିବ। ୧୫ଟି ଜିଲ୍ଲା ଅତିକ୍ରମ କରି ଏହି ଯାତ୍ରା ପାରାଦୀପରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି।

Comments
Loading...