୨୦ ବର୍ଷ ହେଲା ମିଳୁଛି ରାସ୍ତା ନିର୍ମାଣର ପାଣିଚିଆ ପ୍ରତିଶ୍ରୁତି

ପକ୍କା ରାସ୍ତା ନ ହେଲେ ନିର୍ବାଚନ ବର୍ଜନ ଚେତାବନୀ

ଅନୁଗୁଳ: ଯାହା ହୋଇଛି ହୋଇଛି…ଏଥର ରାସ୍ତା ନିର୍ମାଣ ନିଶ୍ଚିତ । ୨୦ ବର୍ଷ ହେଲା ଏମିତି ପାଣିଚିଆ ପ୍ରତିଶ୍ରୁତି ଦେଇ ଅନୁଗୁଳ ଜିଲ୍ଲା ଧୋକୁଟା ପଞ୍ଚାୟତର ଗୋବିନ୍ଦପୁର ବାସିନ୍ଦାଙ୍କୁ ଠକି ଚାଲିଛନ୍ତି ରାଜନେତାଏ । ସେପଟେ ଅସରାଏ ଦି ଅସରା ବର୍ଷା ହେଲେ ରାସ୍ତା ହୋଇଯାଉଛି ପାଣି କାଦୁଅ ସରସର । ଅାଗକୁ ବର୍ଷା ଆହୁରି ବଢ଼ିବ । ଏଣେ ଏହି ଖାଲ ଖମା ଭରା କାଦୁଅ ରାସ୍ତାରେ କେମିତି ଯାଅା ଅାସ କରିବେ ସେ ନେଇ ଚିନ୍ତାରେ ଗୋବିନ୍ଦପୁର ଗାଁ ଲୋକେ ।

vlcsnap-error972ବର୍ଷା ହେଲେ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଇପାରୁନାହାଁନ୍ତି । ଗାଁକୁ ଅାମ୍ବୁଲାନ୍ସ ଅାସିପାରୁନି ।ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପଞ୍ଚାୟତ ରାସ୍ତା ବଣ ଜଙ୍ଗଲକୁ ମାଡ଼ି ଯାଇଛି । ହେଲେ ଏହି ଗାଁ ରାସ୍ତାର ଅବସ୍ଥା ଯେମିତି ସେମିତି ରହିଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ବିଡ଼ିଓଙ୍କୁ ପଚାରିବାରୁ ସେ ଓଟିଭି କ୍ୟାମେରା ଅାଗରେ କିଛି କହିନଥିଲେ । ସେପଟେ ବ୍ଲକ ଅଧ୍ୟକ୍ଷ ପଞ୍ଚାୟତ ରାସ୍ତା ଗୋବିନ୍ଦପୁରକୁ ନ ଅାସି ଜଙ୍ଗଲ ଆଡ଼କୁ ଯିବା ନେଇ ଅାଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ରାସ୍ତାର ପୁନଃ ଉଦ୍ଧାର ଲାଗି ୩ ଲକ୍ଷ ଟଙ୍କା ମଞ୍ଜୁର କରାଯିବ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ ।

୨୦ ବର୍ଷ ହେବ କେବଳ ପ୍ରତିଶ୍ରୁତି ମିଳୁଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗାଁକୁ ପକ୍କା ରାସ୍ତା ନଅାସିଲେ ଗ୍ରାମବାସୀ ନିର୍ବାଚନ ବର୍ଜନ କରିବାକୁ ଦେଇଛନ୍ତି ଚେତାବନୀ ।

(ଅନୁଗୁଳରୁ ବିରଜା ପ୍ରସାଦ ଦାଶଙ୍କ ରିପୋର୍ଟ )

Comments
Loading...