ରାଜ୍ୟବର୍ଦ୍ଧନ ସିଂ ରାଠୋଡ ଓ ବିରାଟଙ୍କ ଚ୍ୟାଲେଞ୍ଜ ପୂରା କଲେ ପ୍ରଧାନମନ୍ତ୍ରୀ ମୋଦି

ଟ୍ୱିଟରରେ ମୋଦି ସେୟାର କଲେ ଫିଟନେସ ଚାଲେଞ୍ଜ ଭିଡିଓ

ନୂଅାଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ସୋସିଅାଲ ମିଡିଅାରେ ଏକ ଭିଡିଓ ସେଅାର କରଛନ୍ତି I ଲୋକସଭା ସାଂସଦ ତଥା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ ଓ କ୍ରିକେଟର୍ ବିରାଟ କୋହଲିଙ୍କ ଦ୍ୱାରା ଦିଅାଯାଇଥିବା ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରି ବୁଧବାର ଦିନ ଟୁଇଟର ପେଜରେ ଏହି ଭିଡିଓ ସେୟାର କରିଛନ୍ତି I ଏଥିରେ ତାଙ୍କ ରାଜନୈତିକ ବିରୋଧି ମାନଙ୍କୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି I ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରସାଇଜ ଓ ଯୋଗ କରୁଥିବା ଦେଖାଯାଇଛି I ମୋଦି ଟ୍ୱିଟ କରିଛନ୍ତି ଯେ ସେ ଯୋଗ ଓ ପ୍ରାଣାୟାମ କରୁଛନ୍ତି ଓ ପ୍ରତିଦିନ ସକାଳେ ଟ୍ରାକରେ ଚାଲୁଛନ୍ତି ଯାହା ପଞ୍ଚ ତତ୍ତ୍ୱ ଆଧାରିତ I

୨୩ ମେରେ କ୍ରିକେଟର୍ ବିରାଟ କୋହଲି ମଧ୍ୟ ଜିମରେ ଏକ୍ସରସାଇଜ୍ କରୁଥିବାର ଏକ ଭିଡିଓ ସେୟାର କରିଥିଲେ I ଏଥିରେ ପତ୍ନୀ ଅନୁଷ୍କା ଶର୍ମା, କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଟନେସ ଚାଲେଞ୍ଜ ଦେଇଥିଲେ I
ଏହାକୁ ପୂରା କରି ମୋଦି ଏହି ଭିଡିଓ ସେୟାର କରିଛନ୍ତି I ମୋଦି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସହ ଟେବୁଲ ଟେନିସ ଖେଳାଳୀ ମୋନିକା ବାତ୍ରାଙ୍କୁ ମଧ୍ୟ ଏହି ଫିଟନେସ ଚାଲେଞ୍ଜ ଦେଇଛନ୍ତି I
ଏଥିସହ ପ୍ରଧାନନ୍ତ୍ରୀ ମୋଦି ଏହି ଚ୍ୟାଲେଞ୍ଜ ଦେଶର ଅାଇପିଏସ୍ ଅଫିସରମାନଙ୍କୁ ଦେଇଛନ୍ତି, ଯେଉଁମାନଙ୍କର ବୟସ ୪୦ ବର୍ଷରୁ ଅଧିକ I

Comments
Loading...