କନ୍ଧମାଳ କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ

କନ୍ଧମାଳ : କନ୍ଧମାଳ ଖଜୁରୀପଡ଼ା କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପରେ ଅଚାନକ ଚଢାଉ। ଚଡ଼ାଉ ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ପୋଲିସ୍ ହମଲା ବେଳେ କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ।

ଛତ୍ରଭଙ୍ଗ ଦେଇଥିବା ମାଓବାଦୀ KKBN ଡିଭିଜନର ସଦସ୍ୟ ବୋଲି ସନ୍ଦେହ କରାଯାଉଛି। କୁକୁଲାଝର ଜଙ୍ଗଲରେ ମାଓବାଦୀ ସକ୍ରିୟ ଥିବା ନେଇ ଖବର ଆସିଥିଲା। ଏହାପରେ ପୋଲିସ ତରଫରୁ ସର୍ଚ୍ଚ ଅପରେସନ କରାଯାଇଥିଲା।

ଏହି ସମୟରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ ମଧ୍ୟ ଏଥିରେ କେହି ମୃତାହତ ହୋଇନଥିବା କନ୍ଧମାଳ ଏସ୍‌ପି ସୂଚନା ଦେଇଛନ୍ତି।  ଏବେବି ଉକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଦେଖନ୍ତୁ ଏହି ଭିଡ଼ିଓ-

Comments
Loading...