ପୋଲିସ୍‌ର ଦମନଲୀଳାକୁ ବିରୋଧ କରି ମାଓବାଦୀଙ୍କ ରାସ୍ତା ଅବରୋଧ

କନ୍ଧମାଳ: କୋଟଗଡ଼ ରଢିଗୁମାଡାରେ ମାଓବାଦୀମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ କୋଟଗଡ଼ ଏବଂ ମୁନିଗୁଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବାଂଶଧାରା, ଘୁମୁସର ଏବଂ ନାଗାବଳି ଡିଭିଜନ୍ ପକ୍ଷରୁ ଏହି ରାସ୍ତା ଅବରୋଧ କରାଯାଇଛି। ଏହାସହିତ ମାଓବାଦୀଙ୍କ ପକ୍ଷରୁ ଏକ ପୋଷ୍ଟର ବି ଲଗାଯାଇଛି।

କନ୍ଧମାଳର ସୁଡୁକୁମ୍ପା ଏବଂ ବଲାଙ୍ଗିର ବରକାମାଲରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ସହିତ ପୋଲିସ୍‌ର ଦମନଲୀଳାକୁ ମାଓବାଦୀମାନେ ନିନ୍ଦା କରିଛନ୍ତି। ଏଥିସହିତ ନବୀନ ଏବଂ ମୋଦି ସରକାରଙ୍କ ବିରୋଧରେ ଆନ୍ଦୋଳନ ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି। ଘଟଣାସ୍ଥଳରେ ପୋଲିସ୍‌ ନ ପହଞ୍ଚିବାରୁ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

Comments
Loading...