ସାଙ୍ଗକୁ ଟାଙ୍ଗିଆରେ ହାଣିଲେ ସାଙ୍ଗ

ବୌଦ୍ଧ: ବାଉଁଶୁଣି ଥାନା ମଳିକପଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାକୁ ନେଇ ସାଙ୍ଗକୁ ସାଙ୍ଗ ମାରିଥିବା ଅଭିଯୋଗ ହୋଇଛି। ଗାଁରେ ଗତକାଲି ରାତିରେ ୪ଜଣ ସାଙ୍ଗ ମିଶି ଭୋଜିଭାତ କରିଥିଲେ। ଭୋଜି ଖାଇବା ପରେ କୌଣସି କାରଣକୁ ନେଇ ୪ଜଣ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ତିନିଜଣ ସାଙ୍ଗ ଉତ୍ୟକ୍ତ ହୋଇ ସୌମିତ୍ରୀଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ସୌମିତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାଉଁଶୁଣି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

 

Comments
Loading...