ଅବିଶ୍ୱସନୀୟ : ନା ଖାଦ୍ୟ ନା ପାଣି; ପବନ ଆହାରରେ ୭୦ ବର୍ଷ ବଞ୍ଚିଛନ୍ତି ମହାଯୋଗୀ

ମେହସାନା (ଗୁଜରାଟ): ଜଣେ ଏମିତି ମଣିଷ ଯିଏକି ଦୀର୍ଘ ଦିନ ହେବ କିଛି ନ ଖାଇ ନ ପିଇ କେବଳ ପବନ ଆହାରରେ ବଞ୍ଚିଛନ୍ତି ବୋଲି ଦାବି କରିଛନ୍ତି । ସେ ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ ପୂରା ୭ ଦଶନ୍ଧି ଅର୍ଥାତ୍ ୭୦ ବର୍ଷ । ୮୮ ବର୍ଷ ବୟସ୍କ ଏହି ବୃଦ୍ଧ ଜଣେ ହେଉଛନ୍ତି ଜଣେ ଯୋଗସାଧକ । ତାଙ୍କ ନାମ ପ୍ରହ୍ଲାଦ ଜୈନ। ଗୁଜରାଟର ଚରୋଡ ଗାଁରେ ଏକ ଆଶ୍ରମରେ ରହୁଛନ୍ତି ଏହି ଚମତ୍କାରୀ ମହାଯୋଗୀ ।

ବୃଦ୍ଧ ଜଣଙ୍କ ନାଲି ରଙ୍ଗର ବସ୍ତ୍ର ପିନ୍ଧୁଥିବାବେଳ ଦୁର୍ଗା ମାଆଙ୍କର ଆର୍ଶୀବାଦ ଯୋଗୁଁ ଏହା ସମ୍ଭବ ବୋଲି କହୁଛନ୍ତି। ସେ ପୁରୁଷ ହୋଇଥିଲେ ମଧ୍ୟ ମା’ ଅମ୍ବା ବା ଦୁର୍ଗାଙ୍କର ଉପାସନା କରୁଥିବାରୁ ତାଙ୍କୁ ଭକ୍ତମାନେ ‘ମାତାଜୀ’ ବୋଲି ସମ୍ବୋଧନ କରିଥାନ୍ତି । ତାଙ୍କର ଏହି ଜୀବନ ଶୈଳୀ ଦେଖି ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଚକିତ ହୋଇଯାଇଛନ୍ତି। ତାଙ୍କ ଉପରେ ବିଭିନ୍ନ ଡାକ୍ତରୀ ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଛି ।

ବୈଜ୍ଞାନିକମାନଙ୍କ ମଧ୍ୟରେ ଏମିତିକି ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବ୍ଦୁଲ କଲାମ ମଧ୍ୟ ଏହି ଗବେଷଣାରେ ସାମିଲ ହୋଇଥିବା କୁହାଯାଏ । ତାଙ୍କ ଆଶ୍ରମରେ ଲଗାଯାଇଥିବା ବୃକ୍ଷଲତାକୁ ମଧ୍ୟ ପରୀକ୍ଷା କରାଯାଇସାରିଛି । ହେଲେ ବୈଜ୍ଞାନିକ ବା ଡାକ୍ତରୀଦଳ ତାଙ୍କ ବଞ୍ଚିବା ଶୈଳୀ ଉପରେ କେହି କିଛି ସ୍ପଷ୍ଟ ମତରେ ଉପନୀତ ନୁହଁନ୍ତି।
୨୦୧୦ ରେ ଏହି ବୃଦ୍ଧଙ୍କ ଉପରେ ଏକ ଅନୁଧ୍ୟାନ କରାଯାଇଥିଲା। ଯେଉଁଥିରେ ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ ଫିଜିଓଲୋଜି ଆଣ୍ଡ ଆଲାଏଡ ସାଇନ୍ସ (ଡିଆଇପିଏଏସ),ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ)ର ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ।୧୫ ଦିନ ପର୍ଯ୍ୟନ୍ତ ସେମାନେ ଏହି ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା। ଏହି ସମୟରେ ତାଙ୍କର ବାୟୋକେମିକାଲ, ଏମଆରଆଇ,ଅଲଟ୍ରାସାଉଣ୍ଡ, ଏକ୍ସ- ରେ ଭଳି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା। କିନ୍ତୁ ସେ କିପରି ବିନା ଖାଦ୍ୟ ପାନୀୟରେ ବଂଚିଛନ୍ତି ତାହା ଆଜି ବି ରହସ୍ୟ ଘେରରେ ।
ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଆଶ୍ରମ ପରିଦର୍ଶନ କରିଛନ୍ତି ।

Comments
Loading...