କଲମା ବ୍ୟାରେଜର ଗେଟ୍ ବନ୍ଦ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ଛତିଶଗଡ଼ରେ କଲମା ବ୍ୟାରେଜର ଗେଟ୍ ବନ୍ଦ ବିରୋଧରେ ପ୍ରତିବାଦର ସ୍ୱର ଉଠିଛି। ଏହାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହାସହ ପୋଷ୍ଟକାର୍ଡ ମାଧ୍ୟମରେ ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ପ୍ରାୟ ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଆନ୍ଦୋଳନର ଆବାହକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।

ଏହାସହ ମହାନଦୀର ସୁରକ୍ଷା ପାଇଁ ସଙ୍ଗଠନ ତରଫରୁ ମହାନଦୀ ବଞ୍ଚାଅ ଯାତ୍ରା ଆରମ୍ଭ ହେବ। ଆସନ୍ତା ୧୧ ତାରିଖରେ ଯାତ୍ରୀଦଳ ଛତିଶଗଡ଼ର କଲମାଠାରେ ପହଞ୍ଚି ସେଠାରେ ସ୍ଥିତିର ଅନୁଧ୍ୟାନ କରିବେ। ଏହାପଟେ ଭଟ୍ଟି, ବରଗଡ଼, ବୁର୍ଲା, ସମ୍ବଲପୁର ଓ କଟକ ଦେଇ ଆସନ୍ତା ୧୫ ତାରିଖରେ ଯାତ୍ରା ପୁରୀରେ ଶେଷ ହେବ। କଲମା ବ୍ୟାରେଜର ୬୫ଟି ଗେଟ୍ ବନ୍ଦ ହେବା ଯୋଗୁଁ ମହାନଦୀ ଶୁଖିବା ସହ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଥିବା ସଙ୍ଗଠନ ଅଭିଯୋଗ କରିଛି।

Comments
Loading...