୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ  : ବନ୍ଧୁକ ମୂନରେ ଲୁଟ୍। ଅନୁଗୁଳ ଜିଲ୍ଳା ଆଠମଲ୍ଲିକ ଗଂଗରାମ ଛକରେ ଥିବା ଏକ ସିମେଣ୍ଟ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଆଜି ଭୋର ସାଢ଼େ ୪ଟାରେ ମହେଶ ଅଗ୍ରୱାଲ ନିଜ ସିମେଣ୍ଟ ଦୋକାନ ଖୋଳିଥିଲେ।

ଏ ସମୟରେ ୨ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ମହେଶଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରି ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ମହେଶ ଆଠମଲ୍ଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।

Comments
Loading...