ଜଲାପୁଟ ଡ୍ୟାମର ୩ଟି ଗେଟ୍‌ ବନ୍ଦ କରିଦେଲେ ଲୋକେ

କୋରାପୁଟ : ପାଣି ଓ ବିଦ୍ୟୁତ ସମସ୍ୟାର ସମାଧାନ ଦାବିରେ ଆଜି ଜଲାପୁଟରେ ବନ୍ଦ ପାଳନ କରାଯାଉଛି। ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳରେ ଗତ ୧୫ଦିନ ହେବ ପାଣି ଓ ବିଦ୍ୟୁତ ସମସ୍ୟା ଲାଗି ରହିଛି।

ଏନେଇ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଅଧିକାରୀ ଓ ଜଲାପୁଟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।

ଏହାର ପ୍ରତିବାଦ କରି ଜଲାପୁଟରେ ଆଜି ବନ୍ଦ ପାଳନ ହେଉଛି। ଜଲାପୁଟ ଡ୍ୟାମର ୩ଟି ଗେଟ୍ ବନ୍ଦ କରିଦେଇଛନ୍ତି ଲୋକେ। ବନ୍ଦ ଯୋଗୁ ଦୋକାନ ବଜାର ସହ ବିଭିନ୍ନ ଅଫିସ ବନ୍ଦ ରହିଛି।

Comments
Loading...