ପୁଣି ସେଇ ଅଶୋଭନୀୟ ଦୃଶ୍ୟ: ମୃତ ଦେହକୁ ଖଟିଆରେ ବୋହି ୫ କିମି ଚାଲିଲେ ଗାଁ ଲୋକେ

ବାରିପଦା: ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଓଡ଼ିଶାରେ ଆମ୍ବୁଲାନ୍ସ ସେବାରେ କୌଣସି ସୁଧାର ଆସୁନାହିଁ। ଏବେ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବାରେ ଆଉ ଏକ ନମୁନା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକଙ୍କୁ ପାଣିରୁ ଉଦ୍ଧାର ପରେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ସେ ଆଖି ବୁଜିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗାଁ ଲୋକେ ମୃତ ଦେହକୁ ଖଟିଆରେ ଧରି ୫ କିମି ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଛନ୍ତି।

କଇଁଫୁଲିଆ ବନ୍ଧରେ ଗାଧୋଇବା ବେଳେ ଯୁବକ ଜଣକ ବୁଡ଼ିଯାଇଥିଲେ। ଏହାପରେ ତୁରନ୍ତ ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ କେହି ଜଣେ ହେଲେ ବି ଆସିନଥିଲେ। ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ମଧ୍ୟ ଆସିନଥିଲା। ଏହାରି ପ୍ରତିବାଦରେ ମୃତଦେହକୁ ଖଟିଆରେ ବୋହି ୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସକୁ ଯାଇଛନ୍ତି ସ୍ଥାନୀୟ ଲୋକେ। ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ଏଯାଏଁ ମିଳିପାରିନି।

Comments
Loading...