କମିଶନଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ମିଳିବା ଘଟଣାରେ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଆଇନ ମନ୍ତ୍ରୀ କହିଛନ୍ତି, ଚାବି ଥିବା ଯେଉଁ ଲଫାପା ମିଳିଛି ସେଥିରେ ୮୫ ମସିହାରେ ବ୍ୟବହୃତ ଚାବି ବୋଲି ଲେଖାଯାଇଛି।

ତେବେ ସେ ଚାବି ମିଳିବା ପରେ ଅନେକ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହୋଇଛି। କେଉଁଠି ସେ ଚାବି ଥିଲା ଓ ପ୍ରକୃତ କଥା କଣ କମିଶନ ତଦନ୍ତ କରିବେ ଓ ରିପୋର୍ଟ ମିଳିବା ପରେ ସେ ସବୁ ସନ୍ଦେହ ଦୂର ହେବ। ତେବେ ତାକୁ କାହିଁକି ଡୁପ୍ଲିକେଟ ଚାବି କୁହାଯାଉଛି ସେ ନେଇ କହି ପାରିବିନି ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଜେନା।

Comments
Loading...