ରାଜ୍ୟ କଂଗ୍ରେସ ସାଂଗଠନିକ ସ୍ଥିତିରେ ପ୍ରଥମ ପରିବର୍ତ୍ତନ : ହରିପ୍ରସାଦଙ୍କ ସ୍ଥାନରେ ଜିତେନ୍ଦ୍ର ସିଂଙ୍କୁ ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର : ଗଲେ ବି.କେ ହରିପ୍ରସାଦ, ଆସିଲେ ଜିତେନ୍ଦ୍ର ସିଂ। ଓଡିଶା ପ୍ରଭାରୀ ଭାବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଜିତେନ୍ଦ୍ର ସିଂଙ୍କୁ ଓଡିଶା ଦାୟିତ୍ୱ ଦେଇଛନ୍ତି। ପଂଚାୟତ ନିର୍ବାଚନ, ବିଜେପୁର ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ତଥା ବାରମ୍ବାର ରାଜ୍ୟ ନେତାଙ୍କ ଅଭିଯୋଗ ପରେ ଶେଷରେ ବି.କେ ହରିପ୍ରସାଦଙ୍କୁ ପରିବର୍ତ୍ତନ କରାଗଲା ବୋଲି କୁହାଯାଉଛି।

ସେପଟେ ଜିତେନ୍ଦ୍ର ସିଂ ହେଉଛନ୍ତି ରାହୁଲଙ୍କ ଟିମ୍‌ର ୟଙ୍ଗ ଚେହେରା। ପ୍ରସାଦଙ୍କୁ ହଟାଇବା ପାଇଁ ବିଧାୟକ ଗୋଷ୍ଠୀ ଦାବୀ କରିବା ପରେ ଜିତେନ୍ଦ୍ର ସିଂ ଓ ତାଙ୍କ ଟିମ୍ ଓଡିଶା ଆସିଥିଲେ। ଆଉ ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ଦେଇଥିଲେ। ସେଇ ଆଧାରରେ ତାଙ୍କୁ ଏହି ଦାୟିତ୍ୱ ମିଳିଥାଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ଦୂର କରିବା, ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜଭୁଦ କରିବା ଓ କଂଗ୍ରେସ ଛାଡୁଥିବା ନେତାଙ୍କୁ ଦଳରେ ରଖିବା ଜିତେନ୍ଦ୍ରଙ୍କ ପାଇଁ ପ୍ରାଥମିକ ଭାବେ ବଡ ଚ୍ୟାଲେଂଜ ହେବ। ସେପଟେ ହରିପ୍ରସାଦଙ୍କ ପରିବର୍ତ୍ତନ ପରେ ଏବେ ପ୍ରସାଦଙ୍କ ଭାଗ୍ୟକୁ ନେଇ ବି କଳ୍ପନାଜଳ୍ପନା ଲାଗି ରହିଛି।

ସେପଟେ କଂଗ୍ରେସ ଆପେଣେଇଛି ନୂଆ ଫର୍ମୁଲା। ସାଧାରଣ ନିର୍ବାଚନ ପୂର୍ବରୁ କିଏ କେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ସେନେଇ ଏବେଠୁ ପ୍ରାର୍ଥୀ ଚୟନ ଆରମ୍ଭ କରିଛି କଂଗ୍ରେସ। ମାଲକାନଗିରିର କାଲିମେଳାରେ ଚାଲିଛି କର୍ମୀ ସମ୍ମିଳନୀ।  ଆଉ ସର୍ବସମ୍ମତି କ୍ରମେ ମାଲା ମାଢୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରଯାଇଛି। ଏହା ପରେ ଚିତ୍ରକୋଣ୍ଡା ଏବଂ ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀରେ ଦଳ ଆଗୁଆ ପ୍ରାର୍ଥୀ ଘୋଷଣା କରିବ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି। ତେବେ ଏହା କେବଳ ପ୍ରଦୀପଙ୍କ ସଂସଦୀୟ କ୍ଷେତ୍ର ପାଇଁ ଫର୍ମୁଲା ନା ଅନ୍ୟ ସବୁ ନିର୍ବାଚନ ମଣ୍ଡଳୀ ପାଇଁ ଲାଗୁ ହେବ ତା ବଡ ପ୍ରଶ୍ନ।

କ୍ରମାଗତ ଦୁର୍ବଳ ହୋଇଚାଲିଥିବା କଂଗ୍ରେସକୁ ନୂଆ ପ୍ରଭାରୀ ଓ ନୂଆ ଫର୍ମୁଲା କେତେ ସବଳ କରିପାରୁଛି, ତା ଉପରେ ନଜର

Comments
Loading...