ମଣିପୁରରେ ପ୍ରବଳ ବର୍ଷା

ମଣିପୁର : ମଣିପୁରରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଇମ୍ପାଲ ଠାରୁ ୩୫କି.ମି ଦୂରରେ ଅତଡା ଖସିବାରୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି।

ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ।  ଆସନ୍ତା କାଲି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

Comments
Loading...