ମନ୍ କି ବାତ୍‌ରେ ଚାଷୀଙ୍କ କଥା କହିଲେ ମୋଦି: ଏଣିକି ମିଳିବ ଉଚିତ୍‌ ଦାମ୍‌

ନୂଆଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ରବିବାର ଦେଶବାସୀଙ୍କୁ ରାମନବମୀ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ କହିଛନ୍ତି ଯେ, ବିଶ୍ୱରେ ଏବେ ଭାରତର ସମ୍ମାନ ବଢ଼ିଛି। ଭାରତକୁ ପୁଞ୍ଜି ନିବେଶ, ଇନୋଭେସନ ଓ ବିକାଶର କେନ୍ଦ୍ର ଭାବେ ଦେଖୁଛି ସାରା ବିଶ୍ୱ।। ଏଥିସହିତ ସୁସ୍ଥ ଜୀବନ ଯାପନ ଓ ଫିଟ୍ ଇଣ୍ଡିଆ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷିରେ ସେ କହିଛନ୍ତି ‘ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ ପରସ୍ପରର ପରିପୂରକ।’ ଆଜିର ମନ୍ କି ବାତ୍‌ରେ ଚାଷୀଙ୍କ କଥା ମଧ୍ୟ ସ୍ଥାନ ପାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କ ସ୍ୱାର୍ଥକୁ ଦେଖି ଏ ବର୍ଷର ବଜେଟରେ ଏକ ବିରାଟ ନିଷ୍ପତ୍ତି ନିଆଯାଇଛି, ଯାହା ଦ୍ୱାରା ସେମାନଙ୍କୁ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବ ପାରିବ। ମହାନ ବ୍ୟକ୍ତିଙ୍କ ସ୍ମୃତି ଚାରଣ କରି ମୋଦି କହିଛନ୍ତି ମହାତ୍ମା ଗାନ୍ଧି, ଲାଲ ବାହାଦୂର ଶାସ୍ତ୍ରୀ ଓ ରାମ ମନୋହର ଲୋହିଆଙ୍କ ପରି ଜନନାୟକ ଚାଷୀଙ୍କ ସ୍ୱାର୍ଥକୁ ବହୁ ଗୁରୁତ୍ୱ ଦେଉଥିଲେ। ପ୍ରବଳ ବିରୋଧ ସତ୍ତ୍ୱେ ୟୁପିର ଜଣେ ମହିଳା ୧୨୫ଟି ପାଇଖାନା ନିର୍ମାଣ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ମୋଦି।

ସେହିପରି କାନପୁରର ଜଣେ ଡାକ୍ତର ଗରିବ ଲୋକଙ୍କ ସେବା କରୁଥିବାରୁ ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଖରା ଦିନ ଆସିଥିବାରୁ ପଶୁ ପକ୍ଷୀଙ୍କ ପାଇଁ ଘର ବାହାରେ ପାଣି ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ସହିତ ଆଗକୁ ଆସୁଥିବା ବିଭିନ୍ନ ପର୍ବ ଯଥା-ମହାବୀର ଜୟନ୍ତୀ, ବୈଶାଖୀ ଓ ବିହୁ ପର୍ବ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି।

Comments
Loading...