ପଦାକୁ ଆସିଲା ହାଇଟେକ୍ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ପଛର ସତ

ଭୁବନେଶ୍ୱର : ମାନସିକ ରୋଗ କି ଆତ୍ମହତ୍ୟା ପ୍ରବଣତା ନୁହେଁ, କିଚେନ୍ ବୟଙ୍କ ଅସଦାଚରଣ ଓ ପ୍ରିନସିପାଲଙ୍କ ଉଦାସୀନତାରେ ମର୍ମାହତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ହାଇଟେକ୍‌ର ନର୍ସିଂ ଛାତ୍ରୀ। ଛାତ୍ରୀ ଜଣଙ୍କ ହଷ୍ଟେଲ ଛାତ ଉପରେ ଠିଆହୋଇ ଫୋନ୍‌ରେ କଥା ହେଉଥିବା ବେଳେ ସଂପୃକ୍ତ କିଚେନ୍ ବୟ ଘଟାଇଥିଲା କଳା କାରନାମା। ଏହି ଘଟଣା ପରେ, ଛାତ୍ରୀଙ୍କ ପରିବାର ଲୋକ ତାଙ୍କୁ ଭେଟିବାକୁ ଯାଇଥିବା ବେଳେ ସେ ୩ ମହଲାରୁ ଡେଇଁପଡିଥିଲେ।

ସୌଭ୍ୟଗ୍ୟବଶତଃ ଜୀବନ ସିନା ବଞ୍ଚିଯାଇଛି, ତେବେ ଗୁରୁତର ଅବସ୍ଥାରେ ଏବେ ଆଇସିୟୁରେ ତାଙ୍କର ଚାଲିଛି ଚିକିତ୍ସା। ସେପଟେ ପୋଲିସ ଅଭିଯୁକ୍ତ କିଚେନ ବୟ ଲକ୍ଷ୍ମଣ ବଳକୁ ଗିରଫ କରିବା ସହ ଘଟଣାର ଖୋଳତାଡ଼ ଜାରି ରଖିଛି।

ଏପଟେ ଏହି ଘଟଣାରେ ଏବେ ପ୍ରିନ୍‌ସିପାଲଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। କାରଣ ଅସଦାଚରଣ ନେଇ ଛାତ୍ରୀ ଜଣଙ୍କ ପ୍ରିନ୍‌ସିପାଲଙ୍କୁ ଜଣାଇଥିଲେ, ତେବେ ପ୍ରିନ୍‌ସିପାଲ ଘଟଣାକୁ ଅତି ଖାମଖିଆଲ ଭାବେ ନେବା ସହ ଓଲଟା ଛାତ୍ରୀ ଜଣଙ୍କୁ ଗାଳି ଦେଇଥିଲେ। ଛାତ୍ରୀ ଜଣଙ୍କ ନିଜ ସଂପର୍କୀୟଙ୍କୁ ଏନେଇ ଅବଗତ କରିଥିଲେ।

ଏବେ ପ୍ରଶ୍ନ ପ୍ରିନ୍ସିପାଲ ଦୋଷୀକୁ ଘଣ୍ଟ ଘୋଡାଇଲେ କାହିଁକି? କଲେଜ୍ ନାଁରେ ବଦନାମ ହେବାର ଭୟ ନା କାହା ଚାପରେ ସେ ଏମିତି କଲେ। ଝିଅର ଏଭଳି ଅବସ୍ଥା ପାଇଁ ପରିବାର ଲୋକ ପ୍ରିନସିପାଲଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି।

କେବଳ ଏହି  ଘଟଣା ନୁହେଁ କିଛି ଦିନ ତଳେ ହାଇଟେକ୍‌ର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଜଣେ କର୍ମଚରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କ୍ୟାମ୍ଫସ ଭିତରେ ବାରମ୍ଭାର ଏପରି ଘଟଣା  ଘଟିବା ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଠିଆ କରିଛି।

Comments
Loading...