ତଦନ୍ତ କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ତାସହ ପ୍ରକାଶ ପାଇଛି ଟର୍ମ ଅଫ୍ ରେଫରେନ୍ସ। କେଉଁ ପରିସ୍ଥିତିରେ ଚାବି ମିଳୁନଥିଲା ତାର ତଦନ୍ତ ସହ ଚାବି ନମିଳିବା ନେଇ କେଉଁ ବ୍ୟକ୍ତି ବା ଗୋଷ୍ଠୀ ଦାୟୀ ତାର ମଧ୍ୟ ଅନୁସନ୍ଧାନ ହେବ।

ଘଟଣାର ଯେପରି ପୁନରାବୃତ୍ତି ନହେବ ସେନେଇ କମିଶନ ସୁପାରିଶ କରିବେ। ଜଷ୍ଟିସ ରଘୁବୀର ଦାଶଙ୍କୁ କମିଶନ ଭାବେ ନିଯୁକ୍ତି କରିଛନ୍ତି ସରକାର। ୩ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ କମିଶନଙ୍କୁ କୁହାଯାଇଛି।

Comments
Loading...