ରମଜାନ ମାସରେ ହେବ ନାହିଁ ସର୍ଚ୍ଚ ଅପରେସନ

ଶ୍ରୀନଗର: ରମଜାନ ମାସରେ ଜାମ୍ମୁ-କାଶ୍ମୀରରେ ସର୍ଚ୍ଚ ଅପରେସନ ହେବ ନାହିଁ। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।  ଜାମ୍ମୁ-କାଶ୍ମୀରର ମୁସଲମାନ ଭାଇଭଉଣୀମାନେ ବିନା ପ୍ରତିବନ୍ଧକରେ ରମଜାନ ପାଳନ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

କିନ୍ତୁ ଯଦି ସାଧାରଣ ନାଗରିକ କିମ୍ବା ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ହୁଏ ତେବେ ସୁରକ୍ଷାକର୍ମୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଛି।

ପୂର୍ବରୁ ସର୍ବଦଳୀୟ ବୈଠକରେ ରମଜାନ ମାସରେ ଅସ୍ତ୍ରବିରତି ଲାଗୁ କରିବା ପାଇଁ ପ୍ରସ୍ତାବ ରଖିଥିଲେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ତେଣୁ ସରକାର ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

 

Comments
Loading...