ମାଲକାନଗିରି ଜିଲ୍ଲାରେ ଘୁଷୁରି ମଡ଼କ ପରେ ଛେଳି ମଡ଼କ

ମାଲକାନଗିରି  : ମାଲକାନଗିରି ଜିଲ୍ଲାରେ ଘୁଷୁରି ମଡ଼କ ପରେ ଛେଳି ମଡ଼କ। କାଲିମେଳା ବ୍ଳକର ଏମ୍ଭି-୬୬ ଗାଁରେ ଗତ ୩ ମାସ ଭିତରେ ଶତାଧିକ ଛେଳି ଅଜଣା ରୋଗରେ ମୃତ୍ୟୁବରଣ କରିଥିବା ଗାଁ ଲୋକେ କହିଛନ୍ତି।

ଗାଁରେ ଆହୁରି କିଛି ଛେଳି ରୁଗ୍‌ଣ ଅବସ୍ଥାରେ ଛଟପଟ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାସ୍ଥଳରେ କାଲିମେଳା ପ୍ରାଣୀ ଚିକିତ୍ସକ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।ରୁଗ୍‌ଣ ଛେଳିଙ୍କର ରକ୍ତ ନମୂନା ସଂଗ୍ରହ କରି ପଠାଯାଇଛି। ଏହାର ରିପୋର୍ଟ ଆସିଲେ ପ୍ରକୃତରେ କେଉଁ କାରଣରୁ ମୃତ୍ୟୁ ହେଉଛି, ତାହା ଜଣାପଡିବ।

Comments
Loading...