ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ : ଭିଡ଼ିଓ ଭାଇରାଲ୍‌ ଅଭିଯୋଗ

କଳାହାଣ୍ଡି : ମଦ ପିଆଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡ଼ିଓ ଭାଇରାଲ୍‌ କରିଥିବାର ଅଭିଯୋଗ। । ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଥାନାରେ ଏତଲା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ୩୦ ତାରିଖ ସନ୍ଧ୍ୟାରେ ଯୁବତୀ ଜଣକ ଜୁନାଗଡ଼ ଶିବସାଗରପଡ଼ା ଶନି ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ନିଛାଟିଆ ରାସ୍ତାରେ ଆସୁଥିବା ବେଳେ ୩ ଜଣ ଯୁବକ ତାଙ୍କ ମୁହଁରେ ହାତ ଦେଇ ଜବରଦସ୍ତ ଏକ ବାଇକ୍‌ରେ ବସାଇ ଉତ୍ରାଗୁଡ଼ା ପିଜୁଳି ବଗିଚାକୁ ନେଇ ଯାଇଥିଲେ। ସେଠାରେ ୩ ଜଣ ମିଶି ମଦ ପିଇଲେ। ପରେ ଯୁବତୀଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇଯଆଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଦୁଷ୍କର୍ମ କରିଥିଲା। ଅନ୍ୟ ଦୁଇ ଜଣ ଅଶ୍ଲୀଳ ଭିଡ଼ିଓ ସୁଟିଂ ଓ ଫଟୋ ଉଠାଇ ଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ସେହି ଭୟରେ ଯୁବତୀ ଜଣକ ଚୁପ୍‌ ରହିଥିଲେ। ଏପରିକି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିନଥିଲେ।

ତେବେ ଗତକାଲି ସେମାନେ ଅଶ୍ଲୀଳ ଭିଡ଼ିଓ ଗୁଡ଼ିକୁ ଭାଇରାଲ କରିଦେଇଛନ୍ତି। ଏ ସମ୍ପର୍କରେ ଯୁବତୀ ଜଣକ ଜାଣିପାରି ଆଜି ପରିବାର ଲୋକଙ୍କ ସହିତ ଯାଇ ଜୁଡ଼ାଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଏହି ଭିଡ଼ିଓ-

Comments
Loading...