ଗିରଫ ଭୟରେ ଦାତି ମହାରାଜଙ୍କ ଆତ୍ମଗୋପନ

ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଛନ୍ତି I ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି I ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ଥିଲେ ଦାତି ମହାରାଜ I ଗିରଫ ଭୟରେ ସେ ଆତ୍ମଗୋପନ କରିଥିବା କୁହାଯାଉଛି I

ଦିଲ୍ଲୀ ପୁଲିସ୍‍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ କରିଥିଲା। ଅଭିଯୋଗ ମୁତାବକ, ପ୍ରାୟ ଦୁଇ ବର୍ଷ ପୂର୍ବେ ମନ୍ଦିର ଭିତରେ ଦାତି ମହାରାଜ ତାଙ୍କର ଜଣେ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିଲେ ଓ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ I ମହିଳାଙ୍କ ଅଭିଯୋଗ ଆଧାରରେ ଦାତି ମହାରାଜଙ୍କ ବିରୋଧରେ ସଂଗୀନ ଦଫା ୩୭୬(ଦୁଷ୍କର୍ମ), ୩୭୭ (ଅପ୍ରାକୃତିକ ଯୌନକ୍ରିୟା) ଏବଂ ୩୫୪ (ଅସଦାଚରଣ)ରେ ମାମଲା ରୁଜୁ ହୋଇଥିଲା I

ଦାତି ମହାରାଜଙ୍କ ଅସଲି ନାମ ହେଉଛି ମଦନ। ଦକ୍ଷିଣ ଦିଲ୍ଲୀରେ ତାଙ୍କର ଏକ ଫର୍ମ ହାଉସ ରହିଛି । ଟିଭି ଚ୍ୟାନେଲରେ ଦାତି ମହାରାଜ ରାଶିଫଳ ଉପରେ କାର୍ଯ୍ୟକ୍ରମ କରିଆସୁଛନ୍ତି। ଦାତିଙ୍କର ଅନେକ ଝିଅଙ୍କ ସହ ଅନୈତିକ ସମ୍ପର୍କ ଥିବା ପୀଡିତା ଶିଷ୍ୟା ଅଭିଯୋଗ କରିଛନ୍ତି ।

Comments
Loading...